• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ସଂସ୍କୃତି ଓ ଐତିହ୍ୟ

ଦେଓଗାଁର ସୁପ୍ରସିଦ୍ଧ କୁଶଳେଶ୍ଵର ମନ୍ଦିର ପ୍ରଭୁ କୁଶଳେଶ୍ଵର ମହାଦେବଙ୍କୁ ଉତ୍ସର୍ଜିତ । ଏହାର ନିର୍ମାଣ କାଳ ଖ୍ରୀ ୯୦୦ ଷ୍ଠାଦ୍ଧ । କୁଶେଇ ନଦୀ କୂଳରେ ଅବସ୍ଥିତ ଏହି ଶୈବପୀଠ ଏକ ଉତ୍କୃଷ୍ଟ ତୀର୍ଥକ୍ଷେତ୍ର । ଜାଗରମେଳା ଓ ଶ୍ରାବଣ ପୁର୍ଣିମା ଉତ୍ସବ ବଡ଼ ଜାକ ଜମକରେ ପାଳିତ ହୁଏ । ଏକଦା ଏହି ମନ୍ଦିରର ଗରିମା ପଶ୍ଚିମ ଓଡିଶାର କୋଶଳ ସାମ୍ରାଜ୍ୟ ସହିତ ସମ୍ବନ୍ଧିତ ଥିଲା । ଏହି ମନ୍ଦିର ମହାର୍ଘ ଆଧ୍ୟାତ୍ମିକ ଧର୍ମବିଶ୍ଵାସ ସମ୍ମଳିତ ପଥରଖୋଦିତ କଳା ଭାସ୍କର୍ଜ୍ୟର ଅଦିତୀୟ ଗନ୍ତାଘର । ଶିଳ୍ପୀର ଚମତ୍କାର କାରିଗରୀ କଳାକୌଶଳର ସ୍ୱରୂପ ଜୈନ, ବୌଦ୍ଧ, ବୈଷ୍ଣବ, ଶୈବ ଓ ଶକ୍ତି ଧର୍ମର ସ୍ଥାପତ୍ୟ ଗୁଡିକରେ ପରିଲକ୍ଷିତ ହୁଏ । ଯଦି ବି ଏହା ଏକ ଶୈବପୀଠ ତଥାପି ଏହାର ପରିସର ରେ ନିର୍ମିତ ହୋଇଥିବା ମୁକ୍ତି ମଣ୍ଡପରେ ବିଷ୍ନୁଙ୍କ ଅବତାର ଚିତ୍ରପଟ୍ଟ ପରିଶୋଭିତ । ଆନନ୍ଦପୁର ଠାରୁ ଏହା ୧୫ କି:ମି ଦୂରରେ ଅବସ୍ଥିତ ।

ବିମାନ ମାର୍ଗରେ
ଓଡିଶାର ରାଜଧାନୀ ଭୁବନେଶ୍ଵର ରାଜ୍ୟର ଏକମାତ୍ର ବିମାନବନ୍ଦର । ଏଠାରୁ ଦେଶବିଦେଶକୁ ନିୟମିତ ଉଡାଜାହାଜ ଉଡାଣ ସେବା ଉପଲବ୍ଧ ।

ସଡ଼କ ପଥରେ
ଆନନ୍ଦପୁର ରୁ ମାତ୍ର ୧୫ କି:ମି ।

ରେଳଗାଡ଼ିରେ
ହରିଚନ୍ଦନପୁର ରେଳଷ୍ଟେସନ, ଯାଜପୁର –କେନ୍ଦୁଝର ରୋଡ ରେଳଷ୍ଟେସନ

କୁଶଳେଶ୍ଵର ମନ୍ଦିର ପରିବେଶ , କୁଶଳେଶ୍ଵର ମନ୍ଦିର, କେନ୍ଦୁଝର , କୁଶଳେଶ୍ଵର ମନ୍ଦିର