• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ବନ୍ୟା, ବାତ୍ୟା , ମରୁଡି,ମହାମାରୀ,ବଜ୍ରପାତ ,ଘୁର୍ଣିଝଡ, ଉଷ୍ନ୍ନପ୍ରବାହ, ଅଗ୍ନିଶିଖା ଦୁର୍ଘଟଣା ,କଳକାରଖାନା , ସାପ କାମୁଡା ସଙ୍କଟ କୁ ନେଇ କେନ୍ଦୁଝର ଏକ ବହୁ ବିପଦ ତଥା ସମାଲୋଚ୍ୟ ଜିଲ୍ଲା ଭାବେ ଜଣାଶୁଣା । ଏହି ସବୁ କାରଣରୁ କେତେକ ଭଲ ଏବଂ ବାସ୍ତବ ବିପର୍ଯୟ ପରିଚାଳନା କାର୍ଯ୍ୟ କଳାପ ଜିଲ୍ଲା ପାଇଁ କାର୍ଯ୍ୟକାରୀ କରାଯାଇଛି । ଜିଲ୍ଲା ପ୍ରଶାସନ, ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା ପ୍ରାଧିକାରୀ, ଜିଲ୍ଲା ବିପର୍ଯୟ ପରିଚାଳନା ପ୍ରାଧିକାରୀ, କେନ୍ଦୁଝରର ବିଭିନ୍ନ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ଦ୍ଵାରା ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ଥଇଥାନ, ବନ୍ୟା ଆଶ୍ରୟସ୍ଥଳି ନିର୍ମାଣ ଇତ୍ୟାଦି କୁ ଲକ୍ଷ୍ୟ ରଖି ଜିଲ୍ଲାରେ ସକ୍ରିୟ ହୋଇ କାର୍ଯ୍ୟ କରୁଛି । ଜିଲ୍ଲା ବିପର୍ଯୟ ପରିଚାଳନା ପ୍ରାଧିକାରୀଙ୍କ ପ୍ରାକୃତିକ ଦୁର୍ବିପାକ ଉପରେ ବିପର୍ଯୟ ଲଘୁକରଣ ପଦ୍ଧତି ତଥା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ,ବନ୍ୟା ଏବଂ ଶୀତ ପ୍ରବାହ ଉପରେ ଜିଲ୍ଲା ସ୍ତରୀୟ ଆଲୋଚନା କମିଟି ବୈଠକ ଠିକ ସମୟରେ ଅନୁଷ୍ଠିତ ହୋଇଥାଏ । ଚାରିଗୋଟି ବହୁ ଉଦେଶ୍ୟମୂଳକ ବନ୍ୟା ଆଶ୍ରୟସ୍ଥଳି ବିଭିନ୍ନ ଅଞ୍ଚଳରେ ନିର୍ମାଣ କରଯାଇଅଛି ଏବଂ ଆଉ କେତେକ ନିର୍ମାଣଧୀନ ଅଛି । ସରକାରଙ୍କଦ୍ଵାରା ପ୍ରଦାନ କରାଯାଇଥିବା ବିଭିନ୍ନ ସହାୟତା ଯଥା ୫୦ ହଜାର ଟଙ୍କା ଅଂଶୁଘାତ ସହାୟତା ରାଶି ଏବଂ ଅଂଶୁଘାତ ଓ ବଜ୍ରପାତ ସମୟରେ ଉଚିତ ଓ ଅନୁଚିତ ଚିକିସ୍ଚା ଉପରେ ବହୁମାତ୍ରାରେ ଜଣସଚେତନତା ସୃଷ୍ଟି କରିବାପାଇଁ ଜିଲ୍ଲା ରେ ବିଜ୍ଞାପନ ତଥା ପ୍ରଚାରପତ୍ର ର ଅଭିଯାନ କରାଯାଉଛି । ସମୟ ସମୟରେ ଭାରତୀୟ ବିପର୍ଯୟ ଉତ୍ସ ନେଟୱର୍କ ପୋର୍ଟାଲ କୁ ବିପର୍ଯୟ ପରିଚାଳନା ସମ୍ବନ୍ଧୀୟ ଉପକରଣ, କୌଶଳ ଓ ଜନଶକ୍ତି ପାଇଁ ଆଧୁନିକତା କରାଯାଉଛି ।

ଜିଲ୍ଲାର ଆପଦ ପ୍ରବୃତି
ବିପଦସମୟସୀମା
ବନ୍ୟାଜୁନ ୧୫ ରୁ ଅକ୍ଟୋବର ୧୫
ବାତ୍ୟାମାର୍ଚ ରୁ ଡ଼ିସେମ୍ବର
ମରୁଡ଼ିଜୁନ ରୁ ଅକ୍ଟୋବର
ଉଷ୍ନ୍ନପ୍ରବାହଅପ୍ରେଲ ରୁ ଜୁନ
ଭୂମିକମ୍ପବର୍ଷସାରା
ଅଗ୍ନିଶିଖା ଦୁର୍ଘଟଣାମାର୍ଚ ରୁ ଜୁନ
ମହାମାରୀଜୁଲାଇ ରୁ ଅକ୍ଟୋବର
ବଜ୍ରପାତଅପ୍ରେଲ ରୁ ଅକ୍ଟୋବର
ଘୁର୍ଣିଝଡବର୍ଷସାରା
ସାପ କାମୁଡାବର୍ଷସାରା(ଜୁନ ରୁ ଅକ୍ଟୋବରରେ ଅଧିକ )

ପଦବୀ: ଜିଲ୍ଲା ଅପାତକାଳୀନ ଅଧିକାରୀ ଦୁରାଭାସ: ୦୬୭୬୬-୨୫୫୪୩୭ ଇମେଲ:deockeonjhar508@gmail[dot]com