• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ହସ୍ତଶିଳ୍ପ

କେଉଁଝର ଜିଲ୍ଲାର ଶିଳ୍ପ ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ହିସାବରେ ମାନ୍ୟତା ପ୍ରାପ୍ତ ଓ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହି ଜିଲ୍ଲାର ଶିଳ୍ପ କଳା ଲୋକଲୋଚନକୁ ଆସିଛି। ଏହି ଜିଲ୍ଲାର ହସ୍ତଶିଳ୍ପ ତାର ସୁନ୍ଦରତା ପାଇଁ ମଧ୍ୟ ଲୋକମାନଙ୍କର ମନ ଓ ହୃଦୟକୁ  ଛୁଇଁ ପାରିଛି। ଅନେକ ଗ୍ରାମ କାରିଗରମାନେ ଏହି ଶିଳ୍ପ କଳାକୁ ତାଙ୍କର ବୃତ୍ତି ହିସାବରେ ପ୍ରବେଶ କରିଛନ୍ତି ଏବଂ ରାଜ୍ୟର ଆଞ୍ଚଳିକ ପ୍ରଗତି / ବିକାଶରେ ମଧ୍ୟ ସହଯୋଗ କରିଛନ୍ତି। ଆଧୁନିକ ଶିଳ୍ପଦ୍ୟୋଗରେ ଏହି କଳା / ହସ୍ତଶିଳ୍ପ ବୁଡି ଗଲାଣି। ଏହି ହସ୍ତଶିଳ୍ପକୁ ବଞ୍ଚାଇବାକୁ ଅନେକ ଚେଷ୍ଟା ଚାଲିଛି ଯେପରିକି କୌଶଳର ବିକାଶ, ବଜାର ବ୍ୟବସ୍ଥାର ବିକାଶ ତଥା ଯାତ୍ରୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ। ଯାହାଦ୍ୱାରା ଓଡିଶାର ସଂସ୍କୃତି ଓ ମୁଖ୍ୟତଃ କେଉଁଝର ଜିଲ୍ଲାର ସଂସ୍କୃତି ପରି ବିଶ୍ଵରେ ବ୍ୟାପି ରହିବ।.

ପଥର କାରୁକାର୍ଯ୍ୟ

ଏହା କେନ୍ଦୁଝର ଜିଲ୍ଲାର ଏକ ପୁରାତନ ପାରମ୍ପରିକ ସାମଗ୍ରୀ ଅଟେ । ଏହି ଜିଲ୍ଲାର ଜଳବାଯୁ ଆମର ଶିଳ୍ପୀ ମାନଙ୍କୁ ପଥର କାରୁକାର୍ଯ୍ୟ ପ୍ରସ୍ତୁତ କରି ସେମାନଙ୍କର ଜୀବନ ଜୀବିକା ପାଇଁ ଉତ୍ସାହିତ କରିଥାଏ । ଏହି ଶିଳ୍ପୀ କାରିଗର ମାନଙ୍କ ଇଚ୍ଛାଶକ୍ତି ଯୋଗୁଁ ଆଜି ଏହା ଜୀବିତ ହୋଇଅଛି । ଧକୋଠା ଗ୍ରାମର ପ୍ରାୟତଃ ୫୦୦ କାରିଗର ଏହି କାର୍ଯ୍ୟ ରେ ନିୟୋଜିତ ଅଛନ୍ତି । ସେମାନେ ଏହି ପଥରରେ ବିଭିନ୍ନ ଦେବା ଦେବୀ ଙ୍କ ମୂର୍ତ୍ତୀ, ସାଜସଜ୍ଜା ସାମଗ୍ରୀ, ବାସନକୁସନ ପ୍ରସ୍ତୁତ କରିଥାନ୍ତି । ଏହି ପଥରର କାରୁକାର୍ଯ୍ୟ ସାରା ଦେଶରେ ଓ ଦେଶ ବାହାରେ ଆଦୃତ ହୋଇପାରିଅଛି । ଏହି କାରିଗର ମାନଙ୍କୁ ନାବାର୍ଡ ଜରିଆରେ ଦକ୍ଷତା ଭିତ୍ତିକ ଓ କାରୁକାର୍ଯ୍ୟର ତାଲିମ୍ ଦିଆଯାଇଅଛି ।

ଚାନ୍ଦୁଆ କାରୁକାର୍ଯ୍ୟ

ଏହି ଚାନ୍ଦୁଆ କାରୁକାର୍ଯ୍ୟ କେନ୍ଦୁଝର ଜିଲ୍ଲାର ଘଷିପୁରା ବ୍ଲକରେ ପ୍ରସ୍ତୁତ ହେଉଅଛି  ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଏହି ସାମଗ୍ରୀ ପ୍ରସ୍ତୁତ ନିମନ୍ତେ ନିୟୋଜିତ ହୋଇଅଛନ୍ତି । ଏହି ସାମଗ୍ରୀ ରାଜ୍ୟ ଓ ରାଜ୍ୟ ବାହାରକୁ ମେଳା ମାଧ୍ୟମରେ ବିକ୍ରୟ ନିମନ୍ତେ ପଠା ଯାଉଅଛି । ପିପିଲିର ଚାନ୍ଦୁଆ ପରି ଏହା ଦିନକୁ ଦିନ ସୁଦୃଢ ହୋଇପାରୁଅଛି । ଏହି ସାମଗ୍ରୀ ରେ ଛତା, ବ୍ୟାଗ, ମନିପର୍ସ, ମୋବାଇଲ୍ ପ୍ରଭୃତି ଲୋକମାନଙ୍କ ଦ୍ଵାରା ଗ୍ରହଣୀୟ ହୋଇଅଛି । ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କର ସଦସ୍ୟା ମାନଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ଶିଳ୍ପ ସଂସ୍ଥା ଜରିଆରେ ଦକ୍ଷତା ଭିତ୍ତିକ ତାଲିମ୍ ଦିଆଯାଇଅଛି । ଏହି ସାମଗ୍ରୀ ର ଆବଶ୍ୟକତା କୁ ଦେଖି ବହୁତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଏହି ସାମଗ୍ରୀ ପ୍ରସ୍ତୁତ କରି ସେମାନଙ୍କର ଜୀବିକା ନିମନ୍ତେ ଆଗ୍ରହୀ ଅଟନ୍ତି ।

ବାଉଁଶ କାରୁକାର୍ଯ୍ୟ

କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକରେ ବାଉଁଶ ନିର୍ମିତ କାରୁକାର୍ଯ୍ୟ ପ୍ରସିଦ୍ଧ ଅଟେ I ଏହି ଜିଲ୍ଲାର ଜଙ୍ଗଲରେ ବିଭିନ୍ନ ପ୍ରଜାତିର ବାଉଁଶ ମିଳିଥାଏ I ଏହି ଜିଲ୍ଲାର କିଛି ଜତଜାତିର ଲୋକମାନେ ବାଉଁଶ କାରୁକାର୍ଯ୍ୟକୁ ଆପଣେଇଛନ୍ତି I ବର୍ତ୍ତମାନ ବାଉଁଶରେ ବିଭିନ୍ନ ସାମଗ୍ରୀ ଯଥା ଘରକରଣା ସାମଗ୍ରୀ, ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ I ନାବାର୍ଡ ଦ୍ଵାରା ବିଭିନ୍ନ କାରୁକାର୍ଯ୍ୟ ଓ ଦକ୍ଷତା ନିମନ୍ତେ ତାଲିମ୍ ଦିଆଯାଇଅଛି I ଏହି ସାମଗ୍ରୀ ଦ୍ଵାରା ବିଭିନ୍ନ ଚାଙ୍ଗୁଡି, ଘର ସାଜସଜ୍ଜା ସାମଗ୍ରୀ ଓ ପାରମ୍ପରିକ ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ I

କାଗଜ କାରୁକାର୍ଯ୍ୟ

Paper machie is an unique product of Odisha. The product is being made out of worst paper by adding some powders, gum and colors. The unusual products are being made in Anandapur block of Keonjhar district. Various type of decorative items is being made like flower pot, statue, image, pen stand, paper weight etc. The uniqueness of the products increases appreciation and demands in urban India. Looking into the unique opportunity the three villages of Anandapur block has taken the activity as their livelihood.

ଝୋଟ କାରୁକାର୍ଯ୍ୟ

କେନ୍ଦୁଝର ଜିଲ୍ଲାର ପ୍ରାୟ ୨୦୦ ଜଣ କାରିଗର ଝୋଟ ଦ୍ଵାରା ନିର୍ମିତ ଝୋଟ କାର୍ପେଟ, ଝୋଟ ମସିଣା ଓ ବିଭିନ୍ନ ପ୍ରକାର ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରୁଅଛନ୍ତି । କିନ୍ତୁ ଏହି କାରୁକାର୍ଯ୍ୟର ଉନ୍ନତି ନିମନ୍ତେ ବଜାର ଓ ଉନ୍ନତ ଧରଣର ଜ୍ଞାନକୌଶଳ ବୃଦ୍ଧି ନିମନ୍ତେ ତାଲିମ୍ ଆବଶ୍ୟକତା କରୁଅଛି । ଏହି ସାମଗ୍ରୀ ଓଡିଶା ଓ ଦେଶ ର ବିଭିନ୍ନ ପ୍ରାନ୍ତକୁ ବିକ୍ରୟ ନିମନ୍ତେ ପଠାଯାଇ ପାରୁଅଛି ।