• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ପ୍ରାକୃତିକ

ଖଣ୍ଡାଧାର ଜଳପ୍ରପାତ କେବଳ କେନ୍ଦୁଝର ଜିଲ୍ଲା ନୁହଁ ଓଡିଶାର ଏକ ଅତିସୁନ୍ଦର ଜଳପ୍ରପାତ । ଖଣ୍ଡାଧାର ନଦୀର ଜଳସ୍ରୋତ ପ୍ରାୟ ୫୦୦ ଫୁଟ ଉଚ୍ଚରୁ ସିଧା ନିମ୍ନକୁ ଭୂପତିତ ହେଉଛି । ଉପରୁ ତଳଆଡକୁ ଖଣ୍ଡାର ଧାର ପରି ପାଣି ପଡୁଥିବାରୁ ଏହାର ନାମ ଖଣ୍ଡାଧାର ଜଳପ୍ରପାତ । ଶୀର୍ଷରୁ ସ୍ଵଚ୍ଛ ଜଳଧାର ଅସମତଳ ପଥର ଚଟାଣ ଉପରେ ପଡ଼ି ଘନଗର୍ଜନ ସହିତ ଜଳକଣା ଧୂସର ପରିବେଶ ସୃଷ୍ଟି କରିଥାଏ । ଏହାର ରମଣୀୟ ପ୍ରାକୃତିକ ପରିବେଶ, ତିନି ଦିଗକୁ ଘେରି ରହିଥିବା ସୁଉଚ୍ଚ ତରଙ୍ଗଗନ୍ତିତ ପର୍ବତଶ୍ରେଣୀ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ବିମୁଗ୍ଧ କରିଥାଏ । ଏହି ଅଞ୍ଚଳର ପ୍ରାକୃତିକ ପରିବେଷ୍ଟନୀ ଉଦ୍ଭିଦ ସମୁହ ଏବଂ ବନ୍ୟ ପଶୁପକ୍ଷୀ ବର୍ଗଙ୍କର ଅଭିବୃଦ୍ଧି ପାଇଁ ପ୍ରକୃଷ୍ଟ କ୍ଷେତ୍ର । କେନ୍ଦୁଝର ସହର ଠାରୁ ଏହି ସ୍ଥାନର ଦୂରତା ୫୦ କି:ମି ।

ବିମାନ ମାର୍ଗରେ
ନିକଟତମ ବିମାନବନ୍ଦର ଭୁବନେଶ୍ଵର ।

ସଡ଼କ ପଥରେ
କେନ୍ଦୁଝର ସହର ଠାରୁ ୬୦ କି:ମି ଦୂର ।

ରେଳଗାଡ଼ିରେ
ନିକଟତମ ରେଳଷ୍ଟେସନ କେନ୍ଦୁଝରଗଡ଼ ରେଳଷ୍ଟେସନ ।