• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ପ୍ରାକୃତିକ ସୌନ୍ଦର୍ଯ୍ୟ

ଗୁଣ୍ଡିଚାଘାଗି ଜଳପ୍ରପାତ ସବୁଜ ବନାନୀ ପରିବେଷ୍ଟିତ ରମଣୀୟ ପ୍ରକୃତି କୋଳରେ ଅବସ୍ଥିତ । ମୁସଳନଦୀରୁ ପର୍ଜ୍ୟାନୁକ୍ରମେ ୫୦ ଫୁଟ ତଳକୁ ପଡୁଥିବା ଛୋଟ ଛୋଟ ଜଳପ୍ରପାତର ସମାହାର ଗୁଣ୍ଡିଚାଘାଗି ଜଳପ୍ରପାତ । ଏହାର ଆକର୍ଷଣୀୟ ଗର୍ଜନ ଏବଂ ଜଳକଣାର ଧୂସର ପରିବେଶ ପର୍ଯ୍ୟଟକଙ୍କୁ ଅପାର ଆନନ୍ଦ ପ୍ରଦାନ କରେ । ଏହାର ରୂପଶୋଭା ଠିକ୍ ରଜତ ଫୁଲମାଳ ପରି । ଏହି ସୌନ୍ଦର୍ଜ୍ୟମୟ ବଣଭୋଜି କ୍ଷେତ୍ର ବାସ୍ତବରେ ପ୍ରକୃତି ପ୍ରେମୀଙ୍କ ପାଇଁ ସ୍ଵର୍ଗ ଏବଂ ଅବିସ୍ମରଣୀୟ ସ୍ମୃତି ସ୍ତବକ । ଏହି ଜଳପ୍ରପାତ ଘଟଗାଁ ଠାରୁ ମାତ୍ର ୧୨ କି:ମି ଦୂରରେ ଅବସ୍ଥିତ ।

ବିମାନ ମାର୍ଗରେ
ଭୁବନେଶ୍ଵର ନିକଟତମ ବିମାନବନ୍ଦର ।

ସଡ଼କ ପଥରେ
କେନ୍ଦୁଝର ସହର ଠାରୁ ୫0 କି:ମି ଦୂର ।ଭୁବନେଶ୍ଵର ଠାରୁ ୧୮୦ କି. ମି. ଦୂର ।

ରେଳଗାଡ଼ିରେ
ହରିଚନ୍ଦନପୁର ରେଲୱେ ଷ୍ଟେସନ – ୧୭ କି:ମି । କେନ୍ଦୁଝର ରେଳ ଷ୍ଟେସନ-୫୭ କି.ମି. ।ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେସନ-୭୭ କି. ମି.