କେନ୍ଦୁଝରର ଭୀମକୁଣ୍ଡ ଜଳପ୍ରପାତ ସବୁଜ ବନାନୀ ପରିବେଷ୍ଟିତ ମନୋହର ଚିତାକର୍ଷକ ପରିବେଶ ମଧ୍ୟରେ ଅବସ୍ଥିତ । ଶୋଭାମୟ ପୂଣ୍ୟତୋୟା ବୈତରଣୀ ନଦୀର ଦୁଇଟି ଭୀମକାନ୍ତ ଜଳପ୍ରପାତ ସାନକୁଣ୍ଡ ଏବଂ ବଡ଼କୁଣ୍ଡ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ନଦୀଶଯ୍ୟାରେ ଥିବା ଦୁଇ ପାହାଡ଼ ମଧ୍ୟ ସଙ୍କୀର୍ଣ୍ଣ ଫାଙ୍କରେ କ୍ଷୀପ୍ରଗତିରେ ଜଳସ୍ରୋତ ଭୂଲମ୍ଫ ପ୍ରଦାନକରି ଧୂସର ପରିବେଶ ସୃଷ୍ଟି କରିଥାଏ । ଏହି ଜଳପ୍ରପାତର ତୀବ୍ର ଭୀମଗର୍ଜନ ଏବଂ ଶୋଭାମୟଦୃଶ୍ୟ ପର୍ଯ୍ୟଟକଙ୍କ ହୃଦୟରେ ଯୁଗପତ ଭୀତ ଏବଂ ଆନନ୍ଦ ସଂଚାର କରିଥାଏ । ଆଧ୍ୟାତ୍ମିକ ଦୃଷ୍ଟିରୁ ଏହି ଜଳପ୍ରପାତ ପବିତ୍ରସ୍ଥାନ ଭାବରେ ବିବେଚିତ ହୋଇଥାଏ । ଏଠାରେ ମକର ସଂକ୍ରାନ୍ତିରେ ସ୍ଥାନୀୟ ବାସିନ୍ଦା ପବିତ୍ର ବୁଡ଼ ପକାଇ ମେଳା ଓ ଶିବ ମନ୍ଦିର ପରିଦର୍ଶନ କରନ୍ତି । କିମ୍ବଦନ୍ତୀ କହେ, ବନବାସକାଳରେ ପାଣ୍ଡବମାନେ ଏଠାରେ କିଛିକାଳ ଅବସ୍ଥାନ କରିଥିଲେ । ଏହା ଏକ ସୁନ୍ଦର ବଣଭୋଜି ସ୍ଥଳ ।
ବିମାନ ମାର୍ଗରେ
ଭୁବନେଶ୍ଵର(ଢେଙ୍କିକୋଟ,କେନ୍ଦୁଝର ଠାରୁ ୨୦୦ କି:ମି ) ନିକଟତମ ବିମାନବନ୍ଦର ।
ସଡ଼କ ପଥରେ
କେନ୍ଦୁଝର ଠାରୁ ପାଣିକୋଇଲି କୁ ସଂଯୋଗ କରୁଥିବା ଶଡ଼କ ନଂ ୧୧ ମଧ୍ୟରେ ଥିବା ଢେଙ୍କିକୋଟ ଠାରୁ ୨୦ କି:ମି ଦୂର ।
ରେଳଗାଡ଼ିରେ
ହରିଚନ୍ଦନପୁର ରେଳଷ୍ଟେସନ-୩୭ କି:ମି , କେନ୍ଦୁଝର ରୋଡ ଷ୍ଟେସନ-୮୦ କି:ମି । ଯାଜପୁର-କେନ୍ଦୁଝର ରେଳଷ୍ଟେସନ-୧୦୦ କି:ମି ।