ବଡ଼ଘାଗରା ଜଳପ୍ରପାତ କେନ୍ଦୁଝର ସହର ନିକଟବର୍ତ୍ତୀ ସବୁଜ ବନନୀ ପରିବେଷ୍ଟିତ ନୈସର୍ଗିକ ପ୍ରକୃତି କୋଳରେ ଏକ ଚିତାକର୍ଷକ ଜଳପ୍ରପାତ । ୧୦୦ ଫୁଟ ଉଚ୍ଚରୁ ଝରି ପଡୁଥିବା ଜଳସ୍ରୋତର ଦୃଶ୍ୟ ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କୁ ଅପାର ଆନନ୍ଦ ପ୍ରଦାନ କରିଥାଏ । ରାଜା ରାଜୁଡ଼ା ଅମଳରୁ ମାଛକାଳଣା ନଦୀରେ ନିର୍ମାଣ କରାଯାଇଥିବା ବଡ଼ଘାଗରା ନଦୀବନ୍ଧରୁ କେନ୍ଦୁଝର ସହରକୁ ପାନୀୟଜଳ ଯୋଗାଣ କରାଯାଇଛି । ଏହି ପ୍ରାକୃତିକ ପରିବେଷ୍ଟନୀ ଦୁର୍ଲ୍ଲଭ ଉଦ୍ଭିଦ ଏବଂ ବନ୍ୟ ପଶୁପକ୍ଷୀଙ୍କ ଦ୍ଵାରା ପରିପୂର୍ଣ୍ଣ ଏବଂ ଆଦିବାସୀ ଜନ ଜୀବନ ଗବେଷଣା ପାଇଁ ପ୍ରମୁଖ ସ୍ଥଳ । କେନ୍ଦୁଝର ସହର ଠାରୁ ୧୦ କି:ମି ଦୂରରେ ଅବସ୍ଥିତ ବଡ଼ଘାଗରା ।
ବିମାନ ମାର୍ଗରେ
ଭୁବନେଶ୍ଵର(କେନ୍ଦୁଝର ଠାରୁ ୨୩୦ କି:ମି) ନିକଟତମ ବିମାନବନ୍ଦର ।
ସଡ଼କ ପଥରେ
ବଡ଼ଘାଗରା ଦର୍ଶନ କରିବାକୁ ଇଚ୍ଛୁକ ପର୍ଯ୍ୟଟକ ଭୁବନେଶ୍ଵରରୁ ବସ୍ ଯୋଗେ କେନ୍ଦୁଝରଗଡ଼ ଆସି, ଅଟୋରିକ୍ସା ବା ଅନ୍ୟାନ୍ୟ ଯାନ ଦ୍ଵାରା ଜଳପ୍ରପାତ ସ୍ଥଳକୁ ଯାଇପାରିବେ ।
ରେଳଗାଡ଼ିରେ
କେନ୍ଦୁଝରଗଡ଼ (୧୦ କି. ମି.) ରେଳ ଷ୍ଟେସନ ।